ଜ୍ୟେଷ୍ଠା ଦେବୀlon
ହିନ୍ଦୁଧର୍ମରେ ଜ୍ୟେଷ୍ଠା ଦେବୀ ପୂଜା କରାଯାଏ । ସୌଭାଗ୍ୟ ଏବଂ ସୌନ୍ଦର୍ଯ୍ୟର ଦେବୀ ଲକ୍ଷ୍ମୀଙ୍କ ବଡ଼ ଭଉଣୀ ହେଉଛନ୍ତି ଜ୍ୟେଷ୍ଠା ତେବେ ଲକ୍ଷ୍ମୀଙ୍କ ଠାରୁ ଏହି ଦେବୀଙ୍କ ଗୁଣ ସମ୍ପୂର୍ଣ୍ଣ ବିପରୀତ ସେ ଅଶୁଭ ଘଟଣା ଏବଂ ପାପୀଙ୍କ ବ୍ୟତୀତ ଆଳସ୍ୟ, ଦାରିଦ୍ର୍ୟ, ଦୁଃଖ, କୁରୂପତା ସମ୍ବନ୍ଧୀୟ ଦେବୀ ବୋଲି ଅନେକ ବିଶ୍ୱାସ କରନ୍ତି ସେଥିପାଇଁ କେହି କେହି ଜ୍ୟେଷ୍ଠାଙ୍କୁ ଦୁର୍ଭାଗ୍ୟର ଦେବୀ କହିଥାନ୍ତି ନିଜ ଘର ପରିବାରଠାରୁ ଜ୍ୟେଷ୍ଠାଙ୍କୁ ଦୂରରେ ରଖିବା ଲାଗି ଲୋକମାନେ ଏହିଦେବୀଙ୍କୁ ପୂଜା କରିଥାନ୍ତି ପଦ୍ମପୁରାଣରେ ଅଲକ୍ଷ୍ମୀ ଦେବୀଙ୍କ ସମ୍ପର୍କରେ ଏକ କାହାଣୀ ବର୍ଣ୍ଣିତ ଅମୃତ ପ୍ରାପ୍ତି ନିମନ୍ତେ ଦେବତା ଏବଂ ଅସୁର ମିଶି ସମୁଦ୍ର ମନ୍ଥନ ଆରମ୍ଭ କରିଥିଲେ ପ୍ରଥମେ ସମୁଦ୍ର ମନ୍ଥନରୁ ବିଷ ବାହାରିଥିଲା ଭଗବାନ ଶିବ ସେହି ବିଷପାନ କରି ନୀଳକଣ୍ଠ ହେଲେ ଏହାପରେ ସମୁଦ୍ର ମନ୍ଥନରୁ ଦେବୀ ଜ୍ୟେଷ୍ଠାଙ୍କର ଉତ୍ପତି ହୋଇଥିଲା ସେ ଲାଲ୍ ରଙ୍ଗର ବସ୍ତ୍ର ଧାରଣ କରିଥିଲେ ତାଙ୍କର ପୀଠ ଦେବୀ ଲକ୍ଷ୍ମୀଙ୍କର ଠିକ୍ ବିପରୀତ ଥିଲା ସେଥିପାଇଁ କୁହାଯାଏ ଦେବୀ ଲକ୍ଷ୍ମୀ ଆସିବା ପୂର୍ବରୁ ଅଲକ୍ଷ୍ମୀ ଆସିଥାନ୍ତି, ଅଲକ୍ଷ୍ମୀ ଯିବା ପରେ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ଦୁର୍ଭାଗ୍ୟର ଦେବୀ ହୋଇଥିଲେ ବି ଜ୍ୟେଷ୍ଠାଙ୍କ ରୂପ ଅତ୍ୟନ୍ତ ସୁନ୍ଦର ସେ ସର୍ବଦା ଲାଲ୍ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି ତାଙ୍କର ଚାରି ହାତ ରହିଛି ସେଥିରୁ ଦୁଇ ହାତ ଅଭୟ ଏବଂ ବରମୁଦ୍ରାରେ ଥାଏ ଅନ୍ୟ ଦୁଇ ହାତରେ ସେ ଧନୁ ଏବଂ ଶର ଧରିଥାନ୍ତି କାଉ ଏହି ଦେବୀଙ୍କ ବାହନ ସେ ସର୍ବଦା ପଦ୍ମଫୁଲ ଉପରେ ବିରାଜମାନ କରିଥାନ୍ତି ଅଶ୍ୱତ୍ଥ ବୃକ୍ଷରେ ଅଲକ୍ଷ୍ମୀ ବା ମାତା ଜ୍ୟେଷ୍ଠା ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି ଦେବୀ ଜ୍ୟେଷ୍ଠାଙ୍କ ଜନ୍ମ ସମୁଦ୍ର ମନ୍ଥନ ସମୟରେ ହୋଇଥିଲା ତାଙ୍କ ପରେ ଦେବୀ ଲକ୍ଷ୍ମୀଙ୍କ ଉତ୍ପତି ମନ୍ଥନରୁ ହୋଇଥିଲା ସେଥିପାଇଁ ଜ୍ୟେଷ୍ଠା ଓ ଲକ୍ଷ୍ମୀ ଦୁଇଭଉଣୀ ବୋଲି କୁହାଯାଏ ଦେବୀ ଜ୍ୟେଷ୍ଠାଙ୍କ ବିବାହ ଦୁଃସହ ନାମକ ଜଣେ ବ୍ରାହ୍ମଣଙ୍କ ସହ ହୋଇଥିଲା ଦେବୀ ଜ୍ୟେଷ୍ଠା ନାସ୍ତିକ ଏବଂ ପାପୀଙ୍କ ଘରେ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି ଦେବୀ ଜ୍ୟେଷ୍ଠାଙ୍କ ସମ୍ପର୍କରେ ଅନ୍ୟ ପ୍ରମୁଖ ସୂଚନା ଏହିପରି-ଭାରତର କେତେକ ଅଞ୍ଚଳରେ ତାଙ୍କୁ ଶୀତଳା ନାମରେ ପୂଜା କରାଯାଇଥାଏ ତାଙ୍କୁ ହାଡ଼ଫୁଟିର ଦେବୀ କୁହାଯାଏ ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କ ସହିତ ସମ୍ପର୍କ ଥିବା କାରଣରୁ ତାଙ୍କୁ ବୈଷ୍ଣବ ନାମରେ ମଧ୍ୟ ସମ୍ବୋଧନ କରାଯାଏ କାଉ ଏହି ଦେବୀଙ୍କର ବାହନ, ଯାହା ଦୁର୍ଭାଗ୍ୟର ପ୍ରତୀକ ଦେବୀ ଜ୍ୟେଷ୍ଠାଙ୍କୁ କେତେକ ସ୍ଥାନରେ ବୈଷ୍ଣବ, ଦରିଦ୍ର, ଧୂମବତୀ, ଶୀତଳା ଦେବୀ ନାମରେ ପୂଜା କରାଯାଏ [୧]
- ↑ ଦିନଲିପି, ପୃଷ୍ଠା-୨, ୪.୨.୨୦୧୬